//ଅଭୁଲା ପିଲାଦିନ//
ନୀରବ ଅଭିମାନ ରେ
ଭାଙ୍ଗି ଯାଇଥିବା
ବାଲିଘର ସ୍ବପ୍ନକୁ ସାଉଁଟି,
ଶୂନ୍ୟତାରେ ନିସ୍ତବ୍ଧ ହୋଇଥିବା ପ୍ରତିଧ୍ଵନି କୁ ଅନ୍ୱେଷଣ କରି କରି
ଖିଆଲି ମନ ରେ ପୁଣି
ସେ ପିଲାଦିନ କୁ ଭାବେ ।
ସେ କ୍ଷଣିକ ରାଗ,ଋଷା
ସେ ତ ଥିଲା ପାଣି ର ଗାର,
ପୁଣି ନ ଦେଖିଲେ ଦିନେ
ମନ ହେଉଥିଲା ଉଛନ ।
ସାଙ୍ଗସାଥୀ ମେଳେ
ଲୁଚକାଳି,ବୋହୂ ଚୋରି ଖେଳରେ,ବିତୁ ଥିଲା ସେ
ଅଭୁଲା ପିଲାଦିନ ।
ଶିଶୁ ର ଚେତନା ଭରି
ବଞ୍ଚିବା ଥିଲା
ଏକାନ୍ତ କାମନା,
ଅବ୍ୟକ୍ତ ଭାଷା ର ଥିଲା
ଏ ତ ସରଳ ଭାବନା ।
ନା ଥିଲା ଛନ୍ଦ, ନା ଥିଲା କପଟ
ନା ପ୍ରତିଶୋଧ, ନା ପ୍ରତାରଣା,
ଥିଲା ଖାଲି ଅମାପ ଭଲପାଇବାର
ଦିଗନ୍ତବ୍ୟାପି ପ୍ରତିଶ୍ରୁତି ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନୟାଗଡ଼
*****