ଆମ ଗୋପବନ୍ଧୁ

ଅମରନାଥ ବାରିକ୍

0

ଆମ ଗୋପବନ୍ଧୁ

ମହାନ ପୁରୁଷ ଗୋପବନ୍ଧୁ ଦାସ
ଉତ୍କଳ ମଉଡ଼ମଣି ।
ପୁରୀଜିଲ୍ଲା ଠାରେ ସୁଆଁଣ୍ଡୋ ଗ୍ରାମରେ
ଜନ୍ମ ହେଲେ ଶିରୋମଣି ।।

ଅମୂଲ୍ୟ ରତନ ଯେତେ ଅଳଙ୍କାର
ତାଙ୍କ ପାଖେ ପଡ଼େ ଫିକା ।
ତାଙ୍କରି କୀରତି ଓଡ଼ିଶାର ଛାତି
କରିଛି ଶକତ ଏକା ।।

ସ୍ଵାଧୀନ ସଂଗ୍ରାମୀ ସାଜୁଥିଲେ ଭ୍ରମି
ନରଖି ମନରେ ଭୟ ।
କରୁଥିଲେ ଶ୍ରମ ନିଷ୍ଠାପର କର୍ମ
ପ୍ରଭୁ ପାଦେ ରଖି ଲୟ ।।

ପତ୍ନୀର ଚିତ୍କାର କରୁଣ ସେ ସ୍ୱର
ନଡ଼େରିଲେ ବାରେ କର୍ଣ୍ଣ
ନିଜ ସନ୍ତାନକୁ ଠେଲି ମରଣକୁ
ବଞ୍ଚାଇଲେ ସର୍ବଜନ ।।

ଚାଲିଗଲେ ଧାଇଁ ବିଶ୍ଵହିତ ପାଇଁ
ବୁଝାଇ କହି ପତ୍ନୀଙ୍କୁ ।
ଏକ ପୁତ୍ର ଯାଉ ସହସ୍ର ଯେ ରହୁ
ଉଦ୍ଧାରିବି ମୁଁ ତାହାଙ୍କୁ ।।

ବନ୍ଦୀ ଆତ୍ମ କଥା ମନେ ଦିଏ ବ୍ୟଥା
ବନ୍ଦୀଶାଳ ମଧ୍ଯେ ଥାଇ ।
କେତେ ଅତ୍ୟାଚାର ସହି ସେହି ନର
ଉତ୍କଳକୁ କଲେ ତ୍ରାହି ।।

ଜାଣିଲା ଓଡ଼ିଶା ଆମ ମାତୃଭାଷା
ତାଙ୍କ ପାଇଁ ହେଲା ରକ୍ଷା ।
ଓଡ଼ିଆ ଜାତିର ସେ ମହାନ ବୀର
ଦେଇଗଲେ ମହା ଶିକ୍ଷା ।।

💌 କୟାଁ, ମଙ୍ଗଳପୁର, ଯାଜପୁର
ଓଡ଼ିଶା – ୭୫୫୦୧୧
📞 ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Leave A Reply

Your email address will not be published.