ଗଜପତି,୬।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତର ଚୁଡ଼ଙ୍ଗପୁରଠାରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ମୌଳିକ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି।ଗସ୍ତ ସମୟରେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପାଠପଢ଼ା, ବିଦ୍ୟାଳୟର ସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିଦ୍ୟାଳୟର ଶିକ୍ଷା ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ସହଯୋଗ କରିବାକୁ ବିଧାୟକ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ବିଦ୍ୟାଳୟ ପରିସରରେ ଥିବା ବିପଦସଙ୍କୁଳ କୋଠା ଭାଙ୍ଗିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ନାୟକ ବିଧାୟକଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି।ବର୍ତ୍ତମାନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ଶ୍ରେଣୀଗୃହର ଅଭାବ ରହିଥିବାରୁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ମଧ୍ୟ ଅନୁରୋଧ ଜଣାଇଛନ୍ତି। ବିଶେଷକରି ୨୦୨୪ ମସିହାରୁ ୧୦୦ ଜଣ ଛାତ୍ରଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ହୋଇଥିବାରୁ ବିଦ୍ୟାଳୟରେ ଅତିରିକ୍ତ କୋଠା ଓ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ଉଲ୍ଲେଖ କରାଯାଇଛି।ଶୌଚାଳୟ ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ,ବିଦ୍ୟାଳୟର ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ସହ ଛାତ୍ରମାନଙ୍କ ପାଇଁ ଅତିରିକ୍ତ ଶୌଚାଳୟ ନିର୍ମାଣ କରିବାକୁ ଦାବି କରିଛନ୍ତି।ଏଥି ସହ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡିଜିଟାଲ ଶିକ୍ଷା, ଏଆଇ ଓ ଇ-ଲର୍ଣ୍ଣିଂକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟରେ ଅଧିକ ସଂଖ୍ୟକ କମ୍ପ୍ୟୁଟର ସିଷ୍ଟମ ଯୋଗାଇବାକୁ ମଧ୍ୟ ଅନୁରୋଧ କରାଯାଇଛି।ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଆବଶ୍ୟକ ଡୁଆଲ୍ ବେଞ୍ଚ/ଡେସ୍କ ଯୋଗାଇବାକୁ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଅନୁରୋଧ ବିଧାୟକଙ୍କୁ ଅନୁରୋଧ କରିଛନ୍ତି।ବିଦ୍ୟାଳୟର ସୁରକ୍ଷା, ଭିତ୍ତିଭୂମି ଓ ଶିକ୍ଷା ପରିବେଶର ଉନ୍ନତି ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆବଶ୍ୟକ ସମନ୍ୱୟ କରି ଉକ୍ତ କାର୍ଯ୍ୟଗୁଡ଼ିକର ମଞ୍ଜୁରୀ ନିମନ୍ତେ ଆବଶ୍ୟକ ସହଯୋଗ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକ/ ଶିକ୍ଷୟିତ୍ରୀ ସଂଯୁକ୍ତା ଦଳାଇ, ଆର୍.ଉଷାରାଣୀ, ବି. ମଣିମାଳା, ଟି. ଶ୍ୟାମା ରାଓ, ଭି. ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.