ଗଜପତି,୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ପଞ୍ଚାୟତର ବଡ଼ଗାଁ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଫିନାଇଲ ବୋଝେଇ ଅଟୋକୁ ଏକ ହାଇୱା ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋଟି ରାସ୍ତା ତଳକୁ ଖସି ଯାଇ କ୍ଷତିଗ୍ରସ୍ତ ହୋଇଥିଲା।ଦୁର୍ଘଟଣାରେ ବଡ଼ଗାଁ ଗ୍ରାମରେ ଦୋକାନ କରି ଜୀବିକା ନିର୍ବାହ କରୁଥିବା ବି. ସନ୍ମୁଖ ରାଓ (୫୫) ବର୍ଷ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏସ. ବେଣୁ ଗୋପାଳ (୪୬) ବର୍ଷଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।ଖବର ପାଇ ଗୁରାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ସେ ବିଷୟରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦୁଇ ଜଣ ପ୍ରାଣ ହରାଇଥିବାରୁ ବଡ଼ଗାଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.