ଗଜପତିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର

ଶିକ୍ଷକ -ଶିକ୍ଷୟିତ୍ରୀଙ୍କ ଇଚ୍ଛା ମୁତାବକ ଛୁଟି ଘୋଷଣା, ପ୍ରାଥମିକ ବିଦ୍ୟାଳୟରେ ତାଲା ।

0

ଗଜପତି,2/10(ମନୋଜ ପାଢ଼ୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଶିକ୍ଷକ-ଶିକ୍ଷୟିତ୍ରୀଙ୍କ
ଇଚ୍ଛା ମୁତାବକ ଛୁଟି ଘୋଷଣା ଯୋଗୁଁ ଏକ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିବା ଘଟଣା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷାର ନିକଟତର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବହୁ ଯୋଜନା ହାତକୁ ନେଇଛନ୍ତି । ହେଲେ ଏସବୁର ସଫଳ ରୂପାୟନରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ପ୍ରସାର ଘଟୁନାହିଁ. ଏଠାରେ ଉଲ୍ଲେଖଯୋଗ୍ୟଯେ, ସରକାରୀ ଭାବେ କୌଣସି ଛୁଟି ଦିନ ନ ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ମନମୁତାବକ ସ୍କୁଲ ଛୁଟି କରିଦେଇ ଚାଲିଯାଉଛନ୍ତି। ଏଭଳି ଏକ ଚିତ୍ର ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କଟମ ପଞ୍ଚାୟତ ଡନିଗାଁ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ୭୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଏମାନଙ୍କୁ ପାଠ ପଢେଇବା ପାଇଁ ୩ ଜଣ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ହେଲେ ଗତକାଲି ଗୁରୁବାର ଦିନ କୌଣସି ଛୁଟି ନଥିବା ବେଳେ ବିଦ୍ୟାଳୟ ଖୋଲା ନଥୁବା ବେଳେ କେହି ଜଣେ ବି ଶିକ୍ଷକଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନଥିଲେ | ବିଦ୍ୟାଳୟ ଫାଟକର ଗୋଟିଏ ଅଂଶ ଖୋଲା ଥିବାବେଳେ ସମସ୍ତ ଶ୍ରେଣୀ କକ୍ଷରେ ତାଲା ପଡ଼ିଥିବା ଦେଖ‌ିବାକୁ ମିଳିଛି । ସେହି ନିକଟବର୍ତ୍ତୀ ସମସ୍ତ ବିଦ୍ୟାଳୟ ଖୋଲା ଥିବାବେଳେ ଡନିଗାଁ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ଥିଲା I ଏନେଇ ପ୍ରଧାନଶିକ୍ଷକ ରାଧାକାନ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ, ଆଜି କଟାମା ଗ୍ରାମରେ ପର୍ବ ଥିବା ଯୋଗୁଁ ପିଲା କେହି ଆସିନାହାନ୍ତି I ତେଣୁ ବିଦ୍ୟାଳୟରେ ଖୋଲା ନଥିବା ସେ କହିଛନ୍ତି । ଯଦି ପର୍ବ ଥିବା ଯୋଗୁଁ ପିଲାମାନେ ବିଦ୍ୟାଳୟ ଆସିନଥିଲେ ତେବେ ଶିକ୍ଷକଶିକ୍ଷୟିତ୍ରୀ କାହିଁକି ବିଦ୍ୟାଳୟରେ ଉପସ୍ଥିତ ନରହି ତାଲ ପକାଇଦେଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି କୌଣସି ଛୁଟି ନଥିବା ବେଳେ ଏଭଳି ଭାବେ ସ୍କୁଲ ବନ୍ଦ କରିବା ନେଇ ଆବଶ୍ୟକ ତଦନ୍ତ ସହ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ।

 

Leave A Reply

Your email address will not be published.