ଭୁବନେଶ୍ୱର : ବୁଧବାର ଅର୍ଥାତ୍ ଆସନ୍ତାକାଲି ହେବ OSSTET (ଓଏସଏସଟିଇଟି) ପରୀକ୍ଷା। ପରୀକ୍ଷା ସ୍ଥଗିତ ହୋଇ ନାହିଁ, ଆସନ୍ତାକାଲି ହିଁ ଏହା ହେବ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ସଭାପତି ଆଜି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଥିବା କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା। ମାତ୍ର ଏହା ନକଲି ବୋଲି ବୋର୍ଡ ସଭାପତି ସ୍ପଷ୍ଟୀକରଣ ରଖିଛନ୍ତି।