ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ (ରାସ୍ତା ଓ କୋଠାବାଡ଼ି) ଉପ ବିଭାଗ-୧ ପରିସରରେ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ କାର୍ଯ୍ୟାଳୟ ପରିସରକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।କାର୍ଯ୍ୟାଳୟ ପରିସରରେ ପ୍ରଭୁ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ବୈଦିକ ମନ୍ତ୍ରୋଚ୍ଚାରଣ ସହ ହୋମଯଜ୍ଞ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ସମସ୍ତ ଯନ୍ତ୍ରୀ, ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଦୈନନ୍ଦିନ ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ନିରାପତ୍ତା ତଥା ସଫଳତା କାମନା କରି ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜାକୁ ନିଷ୍ଠା ଓ ଶୃଙ୍ଖଳାର ସହ ପାଳନ କରାଯାଇଛି। ପୂଜାର୍ଚ୍ଚନା ଓ ଆଳତୀ ପରେ ସମସ୍ତ କର୍ମଚାରୀ ଏବଂ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ କାର୍ଯ୍ୟାଳୟର ସମଗ୍ର ପରିବେଶ ଆଧ୍ୟାତ୍ମିକ ତଥା ଆନନ୍ଦମୟ ହୋଇଉଠିଥିଲା।
Sign in
Sign in
Recover your password.
A password will be e-mailed to you.