କୋରାପୁଟ :ଆଜି ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ ର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଜୟପୁର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି, ତହସିଲଦାର ସବ୍ୟସାଚୀ ଜେନା , ବିଡିଓ ଶକ୍ତି ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ସଭାପତି ଓ ସଂପାଦକ ଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ଆନ୍ତରିକ ସହଯୋଗ ଦ୍ଵାରା ଏହା ସଫଳ ହୋଇ ପାରିଛି ଯାହାଦ୍ୱାରା ୪୦୭୩୦/- ଟଙ୍କା ର ବିକ୍ରି ହୋଇଛି l ଏହି ଅର୍ଥ କୁ ରେଡକ୍ରସ କୁ ପ୍ରଦାନ କରାଯିବ l

କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିବା ରେ ସହରବାସୀଙ୍କ ସହଯୋଗ ଏବଂ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ବନ୍ଧୁ ଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ଵାଗତଯୋଗ୍ୟ ତେଣୁ ମାନବ ସେବା କେନ୍ଦ୍ର ର ସମସ୍ତ ସଦସ୍ୟ ଜୟପୁର ବାସୀଙ୍କ ସହିତ ସମସ୍ତ ବନ୍ଧୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି