ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

0
ଭୁବନେଶ୍ୱର, ୧୫ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦେଶପ୍ରେମ ଓ ଉତ୍ସାହର ସହ ଭାରତର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
୮୦ ତମ ସ୍ଵାଧୀନତା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ‘ବନ୍ଦେ ମାତରମ୍’ ଓ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି  କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି ଯେ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ଓ ସଂଗ୍ରାମର ଗାଥାକୁ ଲୋକଲୋଚନକୁ ଆଣିବା ସହ ତାହାକୁ ସଂରକ୍ଷିତ କରିବା ଦିଗରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ। ଏଥିସହ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବେ ନିଜର ଯୋଗଦାନ ଦେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ପକ୍ଷରୁ ଏକ ଆକର୍ଷଣୀୟ ପରେଡ୍‌ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ, ରେଜିଷ୍ଟ୍ରାର ଡଃ ସ୍ୱାତୀ ମିଶ୍ର, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
Leave A Reply

Your email address will not be published.