ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ବୈଠକ ଅନୁଷ୍ଠିତ।

0

ଗଜପତି,୧୦.୮(ମନୋଜ ପାଢ଼ୀ) :– ଗଜପତି ଜିଲ୍ଲା ସଦରମହକୁମା ବସନ୍ତ ବିହାରଠାରେ ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ଏକ ବୈଠକ ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ତା :- ୧୬.୦୮.୨୬ ରିଖ ରବିବାର ଦିନ କେଉଁଝର ଜିଲ୍ଲା ଘଟଗାଁର ତାରିଣୀ ମା କଲ୍ୟାଣ ମଣ୍ଡପଠାରେ କେଉଁଝର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ୨୭ତମ ରାଜ୍ୟ କାର୍ଯ୍ୟକାରିଣୀ ଅଧିବେଶନରେ ଗଜପତି ଜିଲ୍ଲାରୁ ଶ୍ରୀ ଗଜେନ୍ଦ୍ର କୁମାର ପଣ୍ଡା ପ୍ରତିନିଧି ଭାବେ ଯୋଗ ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହିତ ବ୍ରାହ୍ମଣ ମହାସଙ୍ଘର ଆଗାମୀ ପାଞ୍ଚ ବର୍ଷ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ବିଶାଳ ସମାବେଶ, ଶ୍ରୀକ୍ଷେତ୍ରରେ ବ୍ରାହ୍ମଣ ଭବନ ନିର୍ମାଣ ପାଇଁ ଜିଲ୍ଲାସ୍ତରୀୟ ଅନୁଦାନ ସଂଗ୍ରହ , ଜିଲ୍ଲାରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି, ବ୍ରାହ୍ମଣମାନଙ୍କ ସ୍ୱାସ୍ଥ୍ୟଗତ ସାମାଜିକ ଆଇନ୍‌ଗତ ସହାୟତା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ପର୍ଶୁରାମ ବାହିନୀ ଗଠନ ନିମନ୍ତେ ୧୦୦ ଜଣ ଯୁବକଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ସଂଘର ବହୁ ସଦସ୍ୟ ଯୋଗ ଦେଇ ନିଜ ନିଜର ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ସଂଯୋଜନା କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.