ନବରଙ୍ଗପୁର : କୋଦାଳ ଧରି ରାସ୍ତା ସମତୁଲ କଲେ ତହସିଲଦାର। ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଦୃଶ୍ୟ। ତଦାରଖ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ତହସିଲଦାର ଶ୍ରମିକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ନିଜେ ଲାଗିପଡ଼ିଲେ ରାସ୍ତା ସମତୁଲ କାମରେ। ସୂଚନା ଅନୁସାରେ, ଓଡ଼ିଶା ସୀମା ଭିତରେ ଥିବା ଏକ ରାସ୍ତାକୁ ଛତିଶଗଡ଼ ପ୍ରଶାସନ ଖୋଳି ଦିଆଯାଇଥିବା ନେଇ ଅଭିଯୋଗ ଆସିଥିଲା। ଶନିବାର କୋଡ଼ିଙ୍ଗା ତହସିଲଦାର ତୁଳା ମୁଦୁଲି ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରମିକଙ୍କ ସହିତ କୋଦାଳ ଧରି କାମ କରିଥିଲେ। ତହସିଲଦାରଙ୍କ ଏଭଳି ମନୋଭାବକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.