ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

0

ରାୟଗଡ଼ା: ଇଞ୍ଜେକ୍ସନ୍‌ ନେବାର କିଛି ସମୟ ପରେ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ରାୟଗଡ଼ାର ଚାନ୍ଦିଲି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ମୃତ ମହିଳା ହେଲେ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର।

ସୂଚନା ଅନୁଯାୟୀ, ବିଦିଆ କିଛି ଦିନ ଧରି ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଔଷଧ ଖାଇବା ପରେ ମଧ୍ୟ ସୁସ୍ଥ ନହେବାରୁ ସେ ଗତକାଲି ଚାନ୍ଦିଲି ଅଞ୍ଚଳର ଏକ ମେଡିସିନ୍‌ ଷ୍ଟୋରକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଏ.କେ. ଭତ୍ରା ତାଙ୍କୁ ଇଞ୍ଜେକ୍ସନ୍‌ ଦେଇଥିଲେ।

ଇଞ୍ଜେକ୍ସନ୍‌ ନେବାର କିଛି ସମୟ ପରେ ବିଦିଆଙ୍କ ଅବସ୍ଥା ହଠାତ୍‌ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ଜେକେପୁରସ୍ଥିତ ଇଏସ୍‌ଆଇ ହସ୍ପିଟାଲକୁ ନେବା ବେଳେ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ପରିବାରଲୋକେ ଚାନ୍ଦିଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଇଞ୍ଜେକ୍ସନ୍‌ ଦେଇଥିବା ଏ.କେ. ଭତ୍ରାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଇଞ୍ଜେକ୍ସନ୍‌ ଯୋଗୁଁ ମୃତ୍ୟୁ ହୋଇଛି କି ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.