ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା କେନ୍ଦ୍ର କରି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଆୟୋଜନ କରାଯାଇଛି

0

ରାୟଗଡ଼ା ( ଭି ଗୌରୀଶଙ୍କର ରାଓ ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ନିଟ୍ (NEET) ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ଏହି ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନିଶ୍ଚିତାରେ ପକାଇଥିବା ବେଳେ କଂଗ୍ରେସ ଦଳ ସେମାନଙ୍କ ସହ ଦୃଢ଼ତାର ସହିତ ଛିଡ଼ା ହୋଇଛି।

ଆଜି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହା ସତ୍ୟର ଜୟ ଏବଂ ଛାତ୍ରଛାତ୍ରୀଙ୍କ ସଂଘର୍ଷର ବିଜୟର ପ୍ରତୀକ।

ଏହି ପରିପ୍ରେକ୍ଷୀରେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଓ ଏହାକୁ କେନ୍ଦ୍ର କରି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ଉଦ୍ଦେଶ୍ୟରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଆୟୋଜନ କରାଯାଇଛି
ଶନିବାର ଗାନ୍ଧୀ ପାର୍କ, ରାୟଗଡ଼ାରୁ ବାହାରି ରାୟଗଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡଃ ବି.ଆର୍. ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ନିକଟରେ ପଦଯାତ୍ରାର ସମାପନ କରଯାଇଛି

Leave A Reply

Your email address will not be published.