ଆର, ଉଦୟଗିରି,୧୪.୭(ମନୋଜ ପାଢ଼ୀ)-: ବିଦ୍ୟୁତ୍ ଆଘାତ ରେ ଡ୍ରାଇଭର ମୃତ । ମୃତ ଡ୍ରାଇଭର ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଜଗନ୍ନାଥ ପୁର ଗ୍ରାମର ନରହରି କାର୍ଜି । ସୂଚନା ମୁତାବକ ନରହରି ସବୁଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସିନ୍ଦୁର ପୁର କ୍ରସର୍ ରୁ ଗୋଡ଼ି ଲୋଡ୍ କରି ଗଜପତି ଜିଲ୍ଲା ଭାଲିଆ ସାହିସ୍ଥିତ ପିଚୁ ଫ୍ୟାକ୍ଟ୍ରି କୁ ଗୋଡ଼ି ଆଣିବାକୁ ଯାଇଥିଲା ।

କୌଣସି କାରଣ ବଶତଃ ସେ ଗାଡ଼ି ଉପରେ ଚଢି ପାଲୁ ଘୋଡାଇବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶେ ଆସିଥିଲା । ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।