ଆର, ଉଦୟଗିରି,୮.୭ (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ, ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଇକାଙ୍କ ସଭାପତିତ୍ୱରେ ଏହି ବୈଠକଟି ପରିଚାଳିତ ହୋଇଥିଲା ବେଳେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀନିବାସ ବେହର୍ଦଳାଇ, ସି ଆର୍ ସି ସାମୁଏଲ ଶବରଙ୍କ ସହିତ ୧୧୮ ଜଣ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ତାରିଣୀ ଚରଣ ମଣ୍ଡଳ, ଯୁଧିଷ୍ଠିର ପାଇକ ଏବଂ ପ୍ରହ୍ଲାଦ ଶିଅଳଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।



ପ୍ରଥମେ ପ୍ରଭୂ ଶ୍ରୀ ଜଗନ୍ନାଥ ନିକଟରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରିବା ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ବିଭୂ ବନ୍ଦନା ଗାନ କରାଯାଇ ଥିଲା।ବିଦ୍ୟାଳୟକୁ ସୂଚାରୁ ରୂପେ ପରିଚାଳନା କରିବା ଏବଂ ଏହାର ଉନ୍ନତିକୁ ଲକ୍ଷ୍ୟ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା।ସରକାରଙ୍କର ନିୟମାବଳି ଅନୁସାରେ ଏହି କମିଟି ବିଦ୍ୟାଳୟରେ ସମସ୍ତ ଉନ୍ନତି କରଣ କ୍ଷେତ୍ରରେ ସହଯୋଗ କରିବ ବୋଲି ସହମତି ପ୍ରଦାନ କରି ଥିଲେ। ଉକ୍ତ ଅବସରରେ ନବ ନିର୍ବାଚିତ ସଭ୍ୟ ସଭ୍ୟା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିବା ବେଳେ ତାରିଣୀ ଚରଣ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।