ମୋହନା(ମନୋଜ କୁମାର ପାଢୀ)– ଗଜପତି ଜିଲ୍ଲା ଅଡବା ପୁଲିସ ଜାତୀୟ ରାଜପଥ ୩୨୬ରେ ପେଟ୍ରୋଲିଂ କଲାବେଳେ ସନ୍ଦେହରେ ଦୁଇ ବାଇକକୁ ପିଛା କରିଥିଲେ। ପ୍ରଥମେ ବାଇକ୍ ଟିକୁ ଜାଙ୍ଗୁଡି ନିକଟରେ କାବୁ କରାଯାଇଥିବା ବେଳେ ଦୁତୀୟ ବାଇକ୍ ଟିକୁ ଖାରିଗୁଡା ଗ୍ରାମ ନିକଟରେ କାବୁ କରିଥିଲେ ପୁଲିସ । ଦୁଇ ବାଇକରେ ପୃଥକ୍ ପୃଥକ ଭାବେରେ କରି ଜରି ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା । ପୁଲିସ ପଚରାଉଚରା ବେଳେ ବୁଢାଗୁଡା ଗ୍ରାମର କମଳ ମାଝୀ, ବସନ୍ତ ମାଝୀ ଓ ଫାଉସ୍ଥିନ୍ ମଳିକ ନିଜ ଗ୍ରାମରୁ ଦୁଇଟି ବାଇକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜାଣିବାକୁ ପାଇଥିଲେ ପୁଲିସ । ଜବତ୍ ଗଞ୍ଜେଇକୁ ଓଜନ କରିବାରେ ତାହା ୪୫ କେଜି ହୋଇଥିଲା ।

ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଦୁଇ ବାଇକ୍ ଏବଂ ଦୁଇଟି ମୋବାଇଲ୍ ଜବତ୍ କରିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଗଞ୍ଜେଇ ଗଜପତି ରୁ ରାୟଗଡା ଚାଲାଣ ହେଉଥିବା ଅଡବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ସୁଚନା ପ୍ରଦାନ କରିଛନ୍ତି ।
Comments are closed.