ଭଦ୍ରକ : ହୁତୁହୁତୁ ହୋଇ ଜଳିଗଲା ମ୍ୟୁଜିକାଲ ବ୍ୟାଣ୍ଡ ପାର୍ଟି ଗୋଦାମ। ଭଦ୍ରକ ଭଣ୍ଡାରୀପୋଖରୀ ଥାନା ମଣିନାଥପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଗତକାଲି ରାତି ପ୍ରାୟ ୧୦ଟାରେ ଅଜୟ ମ୍ୟୁଜିକାଲ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଦମକଳକୁ ଖବର ଦେଇଥିଲେ।
ଯାଜପୁର ଅଗ୍ନିଶମ ବାହିନୀର ତିନୋଟି ଦମକଳ ପହଞ୍ଚି ଦୀର୍ଘ ୨ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ଲିଭିଲା ବେଳକୁ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Comments are closed.