ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି, ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ 4 ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା ।

ଆର, ଉଦୟଗିରି 9/6:ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରୁ ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଘଟିଥିବା ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି. ଘଟଣାରୁ ପ୍ରକାଶ, ଗତ ରବିବାର ଦିନ ମହେନ୍ଦ୍ରଗିରିରେ ଆୟୋଜିତ ହୋଇଥିବା ମହେନ୍ଦ୍ରମେଳାକୁ ଦର୍ଶନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ନୂଆ ସାହିରୁ ପ୍ରାୟ 35 ଜଣ ଶ୍ରଦ୍ଧାଳୁ ଏକ ପିକଅପ ଭ୍ୟାନ ଯୋଗେ ଆସିଥିଲେ. ମେଳା ଦର୍ଶନ ସାରି ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ମହେନ୍ଦ୍ରଗିରି ପାହାଡ଼ର ପାଦ ଦେଶରେ ଥିବା ଅଣ୍ଡଅଣ୍ଡା ଗ୍ରାମ ନିକଟସ୍ଥ ବୁଲାଣିଆ ଘାଟି ରାସ୍ତାରେ ଶନିବାର ରାତ୍ର 9:30 ସମୟରେ ଭ୍ୟାନଟି ଓଲଟି ପଡିଥିଲା । ଏଥିରେ ଘଟଣା ସ୍ଥଳରେ କୈଳାଶ ବେହେରାଙ୍କ ମୃତ୍ୟୁ ଘଟି ଥିବାବେଳେ ଗତକାଲି ରବିବାରରେ ରଙ୍ଗବତୀ ବେହେରା ଓ ବାସୁଦେବ ସାହୁଙ୍କ ମୃତ୍ୟୁ ଘଟି ଯାଇଛି. ଏହି ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Comments are closed.