ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ସାରା ବିଶ୍ୱ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ସେକ୍ସନ ଅଞ୍ଚଳରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ବନ ବିଭାଗର ଉଦ୍ୟମରେ ହଜାର ହଜାର ଚାରା ରୋପଣ କରାଯାଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଓ ସାମାଜିକ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ସେକ୍ସନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚନ୍ଦ୍ରଗିରି ବନପାଳ ଗଣେଶ ପ୍ରଧାନଙ୍କ ନେତୃତ୍ୱରେ ଚନ୍ଦ୍ରଗିରି ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲl ଏହି ଅଭିଯାନରେ ୩ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଜଙ୍ଗଲର ସବୁଜିମା ବୃଦ୍ଧି ସହ ପରିବେଶ ସନ୍ତୁଳନ ରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା lକାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରଜନୀ ପ୍ରଧାନ, ସମିତି ସଭ୍ୟ, ଚନ୍ଦ୍ରଗିରି ତିବତୀୟ ସେଟଲମେଣ୍ଟ ଅଫିସର କର୍ମା ଲୁମ୍ବୁଡ଼ ଶାମ୍ବ, ଅବସରପ୍ରାପ୍ତ ବନପାଳ ତଥା ଫ୍ରିଡମ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତ୍ରିନାଥ ବିଷୋୟୀରତ୍ନଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସମସ୍ତେ ମିଳିମିଶି ଚାରା ରୋପଣ କରିବା ସହ ସାଧାରଣ ଲୋକଙ୍କୁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ସମୟରେ ବଢ଼ୁଥିବା ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବୃକ୍ଷରୋପଣର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି। ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏକତ୍ରିତ କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଛି l
Sign in
Sign in
Recover your password.
A password will be e-mailed to you.