ଲକର୍ ଖୋଲିବା ପରେ ବାହାରିଲା ଟଙ୍କା ବିଡ଼ା; ୨ଟି ଲକରରୁ ମିଳିଲା ନଗଦ ୨ କୋଟି

0

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ବାଲୁଗୁଡ଼ାର କୁବେର ITDA ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଠୁଳ କରିଛନ୍ତି ଟଙ୍କା ପାହାଡ଼। ବ୍ୟାଙ୍କ ଲକର୍ ଖୋଲିବା ପରେ ଟଙ୍କା ବିଡ଼ା ଦେଖି ଭିଡିଲାନ୍ସ ଟେରା। ଭୁବନେଶ୍ବର କେଶୁରାରେ ଥିବା ଏକ ବ୍ୟାଙ୍କର ୨ଟି ଲକରରୁ ମିଳିଛି ନଗଦ ୨ କୋଟି ଟଙ୍କା। ବିଡ଼ା ବିଡ଼ା ନୋଟ୍ ଲକରରେ ରଖିଥିଲେ ବୈକୁଣ୍ଠନାଥ।

ବ୍ୟାଙ୍କର ଟଙ୍କାଗଣା ମେସିନରେ ଟଙ୍କା ଗଣତି କରାଯାଉଛି। ଦୁଇଟି ଲକର ପତ୍ନୀଙ୍କ ନାମରେ ଥିବା ସୂଚନା ମିଳିଛି। ସେହିପରି ଚନ୍ଦ୍ରଶେଖପୁର ଏକ ବ୍ୟାଙ୍କ ଲକରରୁ ଠାବ ହୋଇଛି ସାଢ଼େ ୩୦୦ ଗ୍ରାମ ସୁନା। ଆଜି ଭିଜିଲାନ୍ସ ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍ କରିଥିଲା। ଏତିକିବେଳେ ମାଳ ମାଳ ପ୍ଲଟ୍, ଆଲିସାନ୍ ଘର, ସୁନା ଗହଣା ସହ ବିପୁଳ ସମ୍ପତ୍ତି ଠାବ କରିଛି

Leave A Reply

Your email address will not be published.