ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍, ବଢ଼ିଲା LPG ସିଲିଣ୍ଡର ଦାମ୍

0

ଭୁବନେଶ୍ୱର : ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍। ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଏହି ନୂଆ ଦର ସାରା ଦେଶରେ ଲାଗୁ ହେବ। ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଦର ବୃଦ୍ଧି ପରେ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ୯୬୮ ଟଙ୍କା ଛୁଇଁଛି। ପୂର୍ବରୁ ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୩୯ ଟଙ୍କା ଥିଲା।

ସେହିଭଳି ରାଜଧାନୀ ନୂଆଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଗତ ତିନି ମାସ ମଧ୍ୟରେ ସାଧାରଣ ଗ୍ରାହକଙ୍କ ଉପରେ ଦ୍ୱିତୀୟ ବଡ଼ ମହଙ୍ଗା ମାଡ଼ ହୋଇଛି। ରୋଷେଇ ଘର ବଜେଟକୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ କ୍ରମାଗତ ଅସ୍ଥିରତା ଏବଂ ସରକାରୀ ତୈଳ କମ୍ପାନୀଗୁଡ଼ିକ ଉପରେ ପଡ଼ୁଥିବା ଆର୍ଥିକ ଚାପକୁ କମାଇବା ପାଇଁ ଏହି ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା କୁହାଯାଉଛି।

Leave A Reply

Your email address will not be published.