କଲକାତା : ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯୋଜନା କରିଛି। ଟିଏମସିର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା ନେଇ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଦଳ ବେଆଇନ ବୋଲି କହିଛି। ତେଣୁ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ଟିଏମସି ହାଇକୋର୍ଟରେ ଚାଲେଞ୍ଜ କରିବ। ଏ ସମ୍ପର୍କରେ ମମତା ବାନାର୍ଜୀଙ୍କ କାଳୀଘାଟସ୍ଥିତ ବାସଭବନରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁଯାୟୀ ସୋମବାର ଟିଏମସି ଏ ସମ୍ପର୍କରେ ହାଇକୋର୍ଟରେ ପିଟିସନ ଦାୟର କରିବ ବୋଲି ଦଳର ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି। କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ବାଚସ୍ପତିଙ୍କ ଦ୍ବାରା ବିରୋଧୀ ଦଳ ନେତା ନିଯୁକ୍ତି ବେଆଇନ। ତେଣୁ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ। ଅନ୍ୟପଟେ ମମତା ବାନାର୍ଜୀ ଦଳର ସଭାପତି ପଦ ବଜାୟ ରଖିଥିବାବେଳେ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ରଖିଛନ୍ତି। ସେହିପରି ଦଳର ବରିଷ୍ଠ ନେତା ଡେରେକ ଓବ୍ରାଏନ ଓ ଡୋଲା ସେନଙ୍କୁ ଯୁଗ୍ମ ସମ୍ପାଦକ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସାୟନି ଘୋଷଙ୍କୁ ଟିଏମସିର ଯୁବ ସଭାପତି ଓ ମାଲା ରାୟଙ୍କୁ ଟିଏମସି ମହିଳା ଶାଖା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.