ଭୁବନେଶ୍ଵର :ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଭାରତରେ ହେଉଥିବା ମୋଟ କ୍ୟାନ୍ସର ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ କେବଳ ତମାଖୁ ସେବନ ଯୋଗୁ ହୋଇଥାଏ। ପ୍ରାୟ ଅଧା ରୋଗୀ କେବଳ ବିଡି, ସିଗାରେଟ୍, ଗୁଟଖା, ଜର୍ଦ୍ଦା ସେବନ ଯୋଗୁ କ୍ରାନସର ଆକ୍ରାନ୍ତ ହେଉଛନ୍ତି।
ଏହାଦ୍ବାରା ବିଶେଷକରି ମୁଖ ଓ ଫୁସଫୁସ କ୍ୟାନ୍ସର ହୋଇଥାଏ । ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ୍ତ ରହିବାରେ ସାହାଯ୍ୟ କରିବା ଏହି ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
Comments are closed.