ଉଦଳା : ଅନ୍ଧାର ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ। ହଠାତ ମାଡି ଆସିଲା ପବନ, ଭାଙ୍ଗିଲା ଆଉ ଉଡାଇଲା। ଗତକାଲି ବିଳମ୍ବିତ ରାତିରେ ଅଚାନକ ପ୍ରବଳ ବର୍ଷା ପବନ ହୋଇଥିବା ବେଳେ ଉଦଳା ଥାନା କୋଚିଳାଡିହା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଶତାଧିକ ସଂଖ୍ୟାରେ ଗଛ ଉପୁଡି ପଡ଼ିଥିବା ବେଳେ ଛିଣ୍ଡିଯାଇଛି ବିଦ୍ୟୁତ ତାର, ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ।
କାଳବୈଶାଖୀରୁ ବ୍ୟାପକ ଗଛ ଉପୁଡି ପଡ଼ିଥିବା ବେଳେ ରାସ୍ତାରେ ପଡ଼ି ରହିଛି ଅନେକ ଗଛ। ଅଗ୍ନିଶମ ବାହିନୀ ରାସ୍ତାରୁ ଗଛ କାଟି ସଫା କରିବାକୁ ଉଦ୍ୟମ ଜାରି ରଖିଛି। ପ୍ରାୟ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଅଗ୍ନିଶମ ବିଭାଗ ଗଛ କାଟି ସଫା କରିଥିବାବେଳେ ପ୍ରାୟ ଦୁଇ କିଲୋମିଟର ଧରି ରାସ୍ତା ବନ୍ଦ ହୋଇ ରହିଥିଲା। ସ୍କୁଲ ପାଚେରୀ, ଘର, ଅଙ୍ଗନବାଡି ଉପରେ ଗଛ ପଡ଼ିଥିଲା । ଏହାକୁ କାଟି ସଫା କରୁଛି ଅଗ୍ନିଶମ ବିଭାଗ ।