ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ସତର୍କ ସୂଚନା ଜାରି।

୪ ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ। ବାକି ସବୁ ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ।

ଭୁବନେଶ୍ୱର : ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ। ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ସବୁ ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ସାଢ଼େ ୮ଟା ପରେ ପାଗରେ ପରିବର୍ତ୍ତନ ହୋଇପାରେ। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହ ପାରଦ ଆଜି ବି ବଢ଼ିପାରେ।

Comments are closed.