ଗୁଜୁରାଟ : ଗୁଜୁରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଅଙ୍କଲେଶ୍ୱର ଜିଆଇଡିସି ଠାରେ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀ ଜଗନ୍ନାଥ କଲଚୁରାଲ ଗ୍ରୁପ ଓ ଓଡ଼ିଶା ସେବା ମଣ୍ଡଳ ମିଳିତ ଭାବେ ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଆ ନୂତନ ବର୍ଷ ପାଳନ କରିଥଲେ।
କାର୍ଯ୍ୟକ୍ରମର ଆରମ୍ଭରେ ପୂଜାର୍ଚ୍ଚନା ଓ ଶୁଭ ମଙ୍ଗଳାଚରଣ ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା। ପରେ ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ହୋଇଥିଲା ଓ ଓଡ଼ିଆ ସଂସ୍କୃତିର ଚିତ୍ରଣ ଦେଖାଯାଇଥିଲା। ଏହି ଉତ୍ସବର ସଫଳ ଆୟୋଜନ ପାଇଁ ଶ୍ରୀ ଅମରେଶ ନରେନ୍ଦ୍ର, ପ୍ରକାଶ ଚନ୍ଦ୍ର ମିଶ୍ର, ବବୁଲୁ ସୁବୁଧି, ପ୍ରଶାନ୍ତ ମଲ୍ଲିକ , ଉଦୟନାଥ ରାଉତ, ଉଷାରାଣୀ ନରେନ୍ଦ୍ର, କପିଲେନ୍ଦ୍ର ସାହୁ, ଚନ୍ଦ୍ରଶେଖର ଖୁଣ୍ଟିଆ , ନୀଳମଣି ପଲାଇ, ଶରତ ଚନ୍ଦ୍ର ମହାନ୍ତି, ରମେଶ ସାହୁ, ଚିନ୍ମୟୀ ଛଡ଼ଙ୍ଗି, କାଜଲ ପାଣିଗ୍ରାହୀ, ଦିବ୍ୟଜେତ୍ତି ନାୟକ, ସନ୍ତୋଷ ପ୍ରଧାନ, ପାର୍ଥସାରଥୀ ଦାସ ଓ ସଂଗମିତ୍ରା ମିଶ୍ର ଆଦି ମୁଖ୍ୟ ଭୂମିକା ନିଭାଇଥିଲେ। ସାଂସ୍କୃତିକ କାର୍ୟକ୍ରମରେ ଶ୍ରୀମତୀ ମଧୁଶ୍ଲିତା ମିଶ୍ର, ରେଖା ସାହୁ, ମମତା ଖୁଣ୍ଟିଆ, ପଦ୍ମଜା ଖୁଣ୍ଟିଆ, ବୈଶାଳୀ ମହାନ୍ତି, ରଶ୍ମି ମହାକୁର, ପ୍ରସନ୍ନ ମିଶ୍ର, ସନ୍ଧ୍ୟାରାଣୀ ରାଉତ, ସଂଗମିତ୍ରା ମିଶ୍ର, ମୋନିକା ହୋତା , ସୁନାଲି ଡାକୁଆ, ସବିତା ମହ୍ଲିକ , ଚିନ୍ମୟୀ ଷଡ଼ଙ୍ଗି, ବିଜୟ ଲକ୍ଷ୍ମୀ ଦାସ, ବିଳାସିନୀ ରାଉତ, ସଞ୍ଜୟ ପଣ୍ଡା, ରଞ୍ଜିତା ସୁବୁଧି, ପ୍ରଶାନ୍ତ ମଲ୍ଲିକ, ରମେଶ ସାହୁ, ଉଦୟନାଥ ରାଉତ, କପିଳେନ୍ଦ୍ର ସାହୁ, ସୀମା ପ୍ରଧାନ, ମିନତୀ ପଲାଇ ଆଦି ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ କେଶବ ଚନ୍ଦ୍ର ସାହୁ, ପ୍ରଭାସ ମହାପାତ୍ର, ଅଶୋକ ମହାପାତ୍ର, ଜଗନ୍ନାଥ ମହାରଣା , ନିରୁପମା ଭକ୍ତ,ଅତlଶୀ ଦାସ, ପ୍ରଭାତ ସତପଥୀ, ବସନ୍ତ ସେଠି, ପ୍ରଶାନ୍ତ ମାଝି, ଦିବାଶିଷ ପାତ୍ର, ଗୋପାଳ ରାଉତ, ପୁଷ୍ପା ପଟନାୟକ, ମିତା ପାତ୍ର ଓ ଉମାକାନ୍ତ ସ୍ୱାଇଁ, ସୁଧାଂଶୁ ଝା, ଘନଶ୍ୟାମ ଝା, ଭାବେଶ ସିଂହ ଆଦି ଅତିଥି ଭାବେ ଉପସ୍ଥିତ ଥିଲେ। ସମଗ୍ର କାର୍ୟକ୍ରମଟି ସୁଚାରୁ ଭାବରେ ପରିଚାଳିତ ହୋଇଥିବା ସହ ଅଙ୍କଲେଶ୍ୱରର ଓଡ଼ିଆ ସମାଜ ମଧ୍ୟରେ ଏକତା, ସମ୍ପ୍ରୀତି ଓ ସଂସ୍କୃତିକ ଗୌରବକୁ ଆହୁରି ମଜବୁତ କରିଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.