ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ

0

ଭୁବନେଶ୍ୱର :  ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୪ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ପାଳିତ ହୋଇଅଛି ।

ଅନୁଷ୍ଠାନର ମହିଳା ସଦସ୍ୟ ମାନଙ୍କ ଦ୍ବାରା ପ୍ରଥମେ ଦ୍ଵୀପ ଧୂପ ହୁଳହୁଳି ଧ୍ବନିରେ ପଣା ହାଣ୍ଡି ବନ୍ଦାପନା କରାଯାଇଥିଲା । ପରେ ସଦସ୍ୟ ମାନେ ବେଲ, ବସାଦହି, କଦଳୀ, ନଡ଼ିଆ, ଗୁଡରେ ପ୍ରସ୍ତୁତ ସୁସ୍ବାଦୁ ପଣା ପଥଚାରୀମାନଙ୍କୁ ବଣ୍ଟନ କରିବା ସହ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଇଥିବା ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଅରୁଣ ସ୍ୱାଇଁ, ଯୁବ ସଦସ୍ୟ ନିରଞ୍ଜନ ସାହୁ, ସହଦେବ ମହାରଣା, ମନୋରଞ୍ଜନ ଦାଶ, ବୈଲୋଚନ ସାହୁ, ମାନି ପଣ୍ଡା,ଶେଷାଶିଷ ସାହୁ ,ବାବୁଲି ଚରଣସ୍ବାଇଁ,ରୁତୁରାଜ ପଟ୍ଟନାୟକ, ଲିପ୍ସା ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ତଥା ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଯୁବ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଶିକ୍ଷାବିତ୍ ବନମାଳୀ ରାଉତ,ବହୁ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

ନିରଞ୍ଜନ ସାହୁ

ଯୁବ ସଦସ୍ୟ

Leave A Reply

Your email address will not be published.