ନବରଙ୍ଗପୁର : ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ। ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ଦୁଇ ଦିନ ତଳେ ସ୍ବାମୀ ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ କେଉଁଆଡେ ପଳାଇଥିବା ଗ୍ରାମବାସୀଙ୍କୁ କହିଥିଲେ। କିନ୍ତୁ ୪ ବର୍ଷର ପୁଅ ଖୋଲିଲା ବାପାର କଳା କାରନାମା। ମାଆକୁ ବାପା ହତ୍ୟା କରିଥିବା କହିଛି ସାନ ପୁଅ। ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି। ହତ୍ୟାକାରୀ ସୁବାସ ଗଣ୍ଡଙ୍କୁ ପୋଲିସ ଗିରଫ କରି ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.