ପାରାଦୀପ ଗଲେ ବିଜେପି ବିଧାୟକ

0

ଭୁବନେଶ୍ଵର : ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। ଭୋଟ ନାକଚ ଭୟ। ଏହାରି ଭିତରେ ବିଜେପି ବିଧାୟକ ଯାଇଛନ୍ତି ପାରାଦୀପ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଯାଇଛନ୍ତି। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ ବିଧାୟକଙ୍କୁ ସେଠାରେ ଦିଆଯିବ। ସେଠାରୁ ସୋମବାର ସକାଳେ ବିଧାୟକମାନେ ବିଧାନସଭାରେ ପହଞ୍ଚିବେ । ଆଉ ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କୁ ଭୋଟ ଦେବେ।

ବିଜେପିର ଅଧିକାଂଶ ବିଧାୟକ ନୂଆଁ କରି ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ସେମାନେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ଯାଉଛନ୍ତି। ରାଜ୍ୟରେ ଯେଉଁଭଳି ଭାବେ ଚତୁର୍ଥ ଆସନକୁ ନେଇ ଶାସକ ଓ ବିରୋଧୀ ପାର୍ଟି ମଧ୍ୟରେ ଟକ୍କର ଚାଲିଛି। ସେଥିରେ ପ୍ରତିଟି ବିଧାୟକଙ୍କ ଭୋଟ୍ ବହୁ ମୂଲ୍ୟବାନ। ଭୋଟ୍ ଯେମିତି ନାକଚ ନ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ବିଜେପି ନିଜ ବିଧାୟକଙ୍କୁ ଉପଯୁକ୍ତ ଟ୍ରେନିଂ ଦେବାକୁ ପାରାଦୀପ ନେଇଛି। ସେଠାରେ ଦଳୀୟ ସଭାପତିଙ୍କଠୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ସମସ୍ତେ ଉପସ୍ଥିତ ରହିବେ।

ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭା ନେଇ ବୈଠକ ବସିଥିଲା । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ଏଥିରେ ଉପସ୍ଥିତ ରହିଥିଲେ । ଏହା ପରେ ବିଧାୟକ ମାନଙ୍କୁ କେମିତି ଭୋଟ ଦିଆଯିବ ସେ ନେଇ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ପରେ ସବୁ ବିଧାୟକ ବସରେ ବସି ପାରାଦ୍ୱୀପ ଏକ ତାରକା ହୋଟେଲକୁ ବାହାରିଥିଲେ।

Leave A Reply

Your email address will not be published.