ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି।

0

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ଆରମ୍ଭ ହେଉଛି। ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ ବୋଲି ଆକଳନ ହେଉଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରୁ ବର୍ତ୍ତିବା ପାଇଁ ସରକାର ନୀରବଚ୍ଛିନ୍ନ ବିଦ୍ୟୁତ ସରାବରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖରାଦିନେ ବିଦ୍ୟୁତ ନକାଟିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି।

ସୁରେଶ ପୂଜାରୀ କହିଛନ୍ତି ଯେ, ୩୦ ଟି ଜିଲ୍ଲା ଓ ଟ୍ଵିନ୍ ସିଟି ସମେତ ୧୦ ପୌରାଞ୍ଚଳ ହିଟୱେଭ୍ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି। ହିଟୱେଭ୍ କୁ ଜାତୀୟ ବିପର୍ଯ୍ୟୟ ତାଲିକାରେ  ସାମିଲ କରାଯିବ। ଏଥିପାଇଁ ୧୬ ତମ ଅର୍ଥ କମିଶନ ସୁପାରିଶ କରାଯାଇଛି।

Leave A Reply

Your email address will not be published.