ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଗୁରୁବାର ବିଦ୍ୟାଳୟରେ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା। ଉକ୍ତ ବଟିକା ଖାଇବା ପରେ ବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା। ଆଉ କିଛି ଛାତ୍ରୀଙ୍କ ପେଟ ଯନ୍ତ୍ରଣା ସହିତ ବାନ୍ତି ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବସ୍ତାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଛାତ୍ରଛାତ୍ରୀ ଚେତା ଶୂନ୍ୟ ହୋଇଥିବା ବେଳେ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଔଷଧ ସହିତ ସାଲାଇନ ଦେଇଥିବା ଦେଇଥିଲେ। ପ୍ରଥମେ ଗୁଡିଖାଳ ଅଞ୍ଚଳର ନିତ୍ୟାନନ୍ଦ ସାହୁଙ୍କ ଝିଅ ସୁଦିପ୍ତା, ଅରୁଣ ବେଚଙ୍କ ଝିଅ ପ୍ରତିମା, କେଶବ ବେହେରାଙ୍କ ଝିଅ ସୁମିତ୍ରା, ଉମେଶ ମହାନ୍ତିଙ୍କ ଝିଅ ଦିବ୍ୟାଭରତୀ, ଦିଲ୍ଲୀପ ବେହେରାଙ୍କ ଝିଅ ଜ୍ୟୋତ୍ସା ଓ ମଧୁସୂଦନ ସେଠୀଙ୍କ ପୁଅ ଶୁଭ୍ରାଂଶୁଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ପୁଣି ଦୁଇଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ରବୀନ୍ଦ୍ର ଦଳେଇଙ୍କ ଝିଅ କାବେରୀକୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ରକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.