ଟ୍ରକରୁ ୪୧ ବସ୍ତା ଚୋରା ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୭୯ ପୁଲିସ୍‌ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ମାଲକାନଗିରି ଜିଲ୍ଲାରୁ ଜାତୀୟ ରାଜପଥ ୩୨୬ ନମ୍ବର ଦେଇ ହାଇଦ୍ରାବାଦ ଯାଉଥିବା ଏକ ଟ୍ରକକୁ ଏମଭି-୭୯ ଥାନା ପୁଲିସ୍‌ ଏମଭି-୯୬ ଛକରେ ଅଟକାଇଥିଲା। ଏବଂ ଏହାର ତଲାସୀ କରିବା ସମୟରେ ଟ୍ରକ ଭିତରୁ ୪୧ ବସ୍ତା ଚୋରା ଗଞ୍ଜେଇ ବାହାରିଥିଲା । ଯାହାର ଓଜନ ୧୦୨୫ କିଲୋଗ୍ରାମ ହୋଇଥିବା ବେଳେ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ରାଜସ୍ଥାନର ଟ୍ରକ ଚାଳକ ଜାବର ସିଂ କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଏହାର ମାଷ୍ଟର ମାଇଣ୍ଡକୁ ଏବେ ପୁଲିସ୍‌ ଖୋଜୁଛି। ସେପଟେ ଖୁବ୍ ଶୀଘ୍ର ଏହି ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କୁ ପୁଲିସ୍‌ ଗିରଫ କରିବ ବୋଲି ମାଲକାନଗିରି ଏସପି ସୁଚନା ଦେଇଛନ୍ତି ।

Comments are closed.