ଭୁବନେଶ୍ବର : ଇଡ୍କୋର ଜମି ଆବଣ୍ଟନ କମିଟି ବୈଠକ ଗୁରୁବାର ହୋଇଯାଇଛି। ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି। ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏମଏସଏମଇ କ୍ଷେତ୍ରକୁ ଅଗ୍ରାଧିକାର ମିଳିଥିବାବେଳେ ପୋଷାକ ଓ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଞ୍ଜିନିୟରିଂ ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ରର ଶିଳ୍ପ ପ୍ରକଳ୍ପ ରହିଛି। କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଅଣ-ଶିଳ୍ପାଞ୍ଚଳ ତଥା ପଛୁଆ ଜିଲାରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏମଏସଏମଇ ବିଭାଗର କମିଶନର ତଥା ଇଡ୍କୋ ପରିଚାଳନା ନିର୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ଇପିକଲ୍ ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ନିର୍ଦେଶିକା ଆବୋଲି ସୁନୀଲ ନରଭାଣେ ଏବଂ ଓକାକ୍ କାର୍ଯ୍ୟନିର୍ବାହୀ ନିର୍ଦେଶକ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.