ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପ୍ରକାଶ ପାଇଛି ଓଡ଼ିଶା ଦ୍ୱାଦଶ ଶ୍ରେଣୀ (+୨) ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆନୁଷ୍ଠାନିକ ଭାବେ ଚଳିତ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ସବୁଠାରୁ ବଡ଼ ଘୋଷଣା କ୍ରମେ ଛାତ୍ରଛାତ୍ରୀଙ୍କ ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ସୁବିଧା ଆରମ୍ଭ କରାଯାଇଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ (Vocational) ପାଠ୍ୟକ୍ରମର ଫଳାଫଳ ଏକାସଙ୍ଗେ ପ୍ରକାଶ ପାଇଛି। ଏଥର ରାଜ୍ୟରେ ମୋଟ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାରରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ସମଗ୍ର ରାଜ୍ୟରେ ମୋଟ ପାସ୍ ହାର ୮୫.୮୫ ପ୍ରତିଶତ ରେକର୍ଡ କରାଯାଇଛି। ପରୀକ୍ଷା ଫଳ ଘୋଷଣା ହେବା ପରେ, ଅପରାହ୍ନ ୩ଟା ଠାରୁ ସମସ୍ତ ଛାତ୍ରଛାତ୍ରୀ CHSE ବୋର୍ଡର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜର ରେଜଲ୍ଟ ଏବଂ ମାର୍କସିଟ୍ ଦେଖିପାରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.