ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା ନିମାନେ କଫି ଚାଷ କାର୍ଯ୍ୟକାରୀ କରାଯିବ | ଏହା ମାଧ୍ୟମରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି | ସେହିପରି ନରାଜରେ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ କରାଯିବ | ଏହାକୁ ଜେଏସଡବ୍ଲ୍ୟୁ ଗ୍ରୁପ କରିବାକୁ ଥିବାବେଳେ ଏହାଦ୍ୱାରା ୪୦୦୦ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ | ସେହିପରି କଳାହାଣ୍ଡି ଜିଲ୍ଲା କୋକସରାଠାରେ ନୂତନ ଅବକାରୀ ଥାନା, ଓଡିଶା ଅଗ୍ନିଶମ ସେବାର କ ଓ ଖ ବର୍ଗ ଅଧିକାରୀମାନଙ୍କୁ ନିଯୁକ୍ତି ଓ ଚାକିରି ସର୍ତ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି |
ସେହିପରି ଖୋର୍ଦ୍ଧା ଜିଲ୍ଲାର ଡେରାସରେ ୬୯୫୨ ଶଯ୍ୟା ବିଶିଷ୍ଟ ମହିଳା ଶ୍ରମିକ ହଷ୍ଟେଲର ନିର୍ମାଣ କରାଯିବ | ଏଥିପାଇଁ ୩୬୧.୪୪ କୋଟି ଟଙ୍କା ଖର୍ଚ୍ଚ ହେବ | ସେହିପରି ଗ୍ରାମ ପଂଚାୟତ ସମ୍ପାଦକ ମାନଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ଭିଏଲଡବ୍ଲ୍ୟୁ ପଦବୀରେ ନିଯୁକ୍ତ ହୋଇଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀମାନେ ଅବସର ପରେ ସର୍ବନିମ୍ନ ପେନ୍ସନ ପାଇବେ | ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ ସୂତ୍ରରେ ଯୋଗାଇଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ଵରେ ପରିବର୍ତ୍ତନ କରିବା ପାଇଁ ଜମିର ମୂଲ୍ୟର ୧୦ ପ୍ରତିଶତ ବଦଳରେ ଏଣିକି ୩ ପ୍ରତିଶତ ଦେବାକୁ ପଡିବ |
Comments are closed.