ବେଦାନ୍ତ ଆଲୁମିନିୟମ ଦ୍ୱାରା ଝାରସୁଗୁଡାରେ ମହିଳା, ଶିଶୁଙ୍କ କଲ୍ୟାଣ ପାଇଁ ୧୩୦ଟି ନନ୍ଦଘର ଉଦଘାଟିତ

ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ସମାରୋହରେ ୧୩୦ଟି ନନ୍ଦଘରକୁ ଉଦଘାଟନ କରିଛି  । ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡିର ଏକ ନେଟୱର୍କ ଯାହା ବେଦାନ୍ତ ଦ୍ୱାରା ସମର୍ôଥତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ  । ଏହି ନନ୍ଦଘରଗୁଡିକ ୧୨୭ଟି ଗାଁର ୭୦୦୦ରୁ ଅଧିକ ପିଲାଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି  । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଏହାର ଉଦଘାଟନ କରିଥିଲେ । ଏହି ଅବସରରେ  ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଝାରସୁଗୁଡ଼ା ପୁଣ୍ୟବତୀ ହିନ ଖେସ, ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା ଉପସ୍ଥିତ ଥିଲେ  ।

୨୦୧୫ରେ ଆରମ୍ଭ ହୋଇଥିବା ନନ୍ଦଘର ହେଉଛି ବେଦାନ୍ତର ଫ୍ଲାଗସିପ ଗୋଷ୍ଠୀ ପଦକ୍ଷେପ, ଅନୀଲ ଅଗୱାଲ ଫାଉଣ୍ଡେସନ ଅଧିନରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସହଯୋଗରେ ବିକଶିତ ହୋଇଛି  । ୧ ବର୍ଷରୁ କମ ବୟସର ପିଲାମାନଙ୍କ ପ୍ରାକ ସ୍କୁଲ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଓ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା

ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ବିଧାୟିକା ଦୀପାଳି ଦାସ କହିଛନ୍ତି ଯେ-ମୁଁ ବେଦାନ୍ତ ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଆମ ସମାଜର ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି  । ଆଉ ମଧ୍ୟ ଝାରସୁଗୁଡ଼ାରେ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଂଟରକୁ ଲାଇକେରା ଓ ଝାରସୁଗୁଡ଼ାରେ ସ୍ଥାପନ କରିବାରେ ବେଦାନ୍ତର ପ୍ରୟାସକୁ ଧନ୍ୟବାଦ ଜଣାଉଛି  ।

କମ୍ପାନିର ତୃଣମୂଳ ସ୍ତରୀୟ ବିକାଶ ପ୍ରତିଶ୍ରୁତି ଉପରେ ମତ ଦେଇ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ କହିଥିଲେଯେ- ବେଦାନ୍ତର ନନ୍ଦଘର ପ୍ରକଳ୍ପ ଆମର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ ଏକ ମହତ ଚିନ୍ତାଧାରା  । ଅତ୍ୟାଧୁନିକ ଭିତିଭୂମି ଓ ଉପଯୁକ୍ତ ତାଲିମ ପ୍ରଦାନ କରି ଆମେ ଗ୍ରାମାଂଚଳରେ ମହିଳାମାନଙ୍କୁ ଏହି ସୁଯୋଗ ଦେଇପାରିଛୁ  । ଏହା ଦ୍ୱାରା ଆମ ସମାଜର ମହିଳା ଓ ପିଲାମାନେ ଉପକୃତ ହୋଇପାରିବେ  ।

ନନ୍ଦଘର ଗୁଡ଼ିକରେ ମଧ୍ୟ ସ୍ମାର୍ଟ ଟେଲିଭିଜନ ସେଟ ସହ ପାନୀୟ ଜଳ, ସପ୍ତାହର ସୁବୁଦିନ ବିଦ୍ୟୁତ ସୁବିଧା , ଶୌଚାଳୟ ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଛି  । ବିଲଡିଂ ଆସ ଲର୍ନିଂ ଏଡ (ବାଲା) ପଦ୍ଧତି ଅନୁସାରେ ଏହି ଗୃହକୁ ଡିଜାଇନ କରାଯଇଛି  ।

ପ୍ରବୀର କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ କହିଥିଲେ ଯେ- ବେଦାନ୍ତର ନନ୍ଦଘର ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ  । ସେମାନେ ସୁସ୍ଥ ରହି ଉନ୍ନତ ଶିକ୍ଷା ଉପକରଣ ବ୍ୟବହାର କରି ସେମାନଙ୍କ ପ୍ରାକ ବିଦ୍ୟାଳୟ ସ୍ତରରେ ନିଜକୁ ସକ୍ଷମ କରାଇପାରିବେ  । ଏହି ପ୍ରକଳ୍ପ ୟୁଏନ ସ୍ଥାୟୀ ବିକାଶ ଲକ୍ଷ୍ୟ ଯେଉଁଥିରେ ଶୂନ୍ୟ କ୍ଷୁଧା, ଉତମ ସ୍ୱାସ୍ଥ୍ୟ, ଗୁଣମାନର ଶିକ୍ଷା ଓ ଅସମାନତା ଦୂର ଲକ୍ଷ୍ୟକୁ ନେଇ ପରିଚାଳିତ ହେବ  । ଏହି ଅବସରରେ ପୁଣ୍ୟବତୀ ହିନ ଖେସ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ କହିଥିଲେଯେ ପିଲାମାନଙ୍କ ଶିକ୍ଷା ଓ ୍‌ବିକାଶ ପାଇଁ ବେଦାନ୍ତର ଏହି ପଦକ୍ଷେପ ସତରେ ଅଭିନନ୍ଦନୀୟ  । ଏହା ଦ୍ୱାରା ଏହି ଅଂଚଳର ପିଲାମାନଙ୍କର ଯଥେଷ୍ଟ ଉନ୍ନତି ହୋଇ ପାରିବ  ।

Comments are closed.