ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

0

ଭୁବନେଶ୍ବର : ପାଖେଇଲାଣି ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି ବିଜେଡି ତାଙ୍କ ଦଳିୟ ବିଧାୟକ ଉପରେ ହୁଇପ ଜାରୀ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ହୁଇପ ଜାରୀ କରିଛନ୍ତି। ଏଥିରେ କୁହାଯାଇଛି ଯେ, ବିଜେଡି ବିଧାୟକମାନେ 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଛାଡି ଯାଇପାରିବେ ନାହିଁ।

ଫଳରେ ବିଧାୟକମାନେ ବର୍ତ୍ତମାନ ଦଳୀୟ ଆଦେଶକୁ ମାନି ଭୁବନେଶ୍ବରରେ ରହିବାକୁ ବାଧ୍ୟ ହେବେ। ଏଥିସହିତ ସେମାନେ ରାଜ୍ୟସଭା ପାଇଁ ନବୀନ ଦେଇଥିବା ଚତୁର୍ଥ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେବେ। ମୁଖ୍ୟତଃ ଘୋଡା ବେପାର ରୋକିବା ପାଇଁ ନବୀନ ଏପରି ନିଷ୍ପତି ନେଇଛନ୍ତି। ଏଥିସହିତ ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ କାଳେ ଗଣିତ ଭୁଲ ହୋଇଯିବ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.